ପୁଲିସ କବ୍‌ଜାରେ ଗୋଲଡେନ୍‌ ବାବା

ଚେକ୍ ଜାଲିଆତି ଅଭିଯୋଗରେ ଗିରଫ

ଭୁବନେଶ୍ୱର : ପୁଲିସ କବ୍‌ଜାରେ ଗୋଲଡେନ ବାବା। ୧୨ କୋଟି ଟଙ୍କା ଚେକ୍ ଜାଲିଆତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ୍‌। ଅଭିଯୁକ୍ତ ହେଲେ ଭୁବନେଶ୍ୱର ନୀଳାଦ୍ରି ବିହାରର ଜ୍ୟୋତି ରଂଜନ ବେଉରା।

ସୁନା ପିନ୍ଧିବାରେ ତାଙ୍କର ବହୁତ ସଉକ। ସବୁବେଳେ ଭରି ଭରି ସୁନା ଅଳଙ୍କାର ପିନ୍ଧୁଥିବାରୁ ତାଙ୍କୁ ସମସ୍ତେ ଗୋଲଡେନ ବାବା ବୋଲି ବି କହନ୍ତି।  ଅଭିଯୋଗ ଅନୁସାରେ, ଗୋଲଡେନ ବାବା କେନ୍ଦୁଝର ବଡ଼ବିଲ୍‌ର ଜଣେ ବ୍ୟବସାୟୀଙ୍କୁ ୧୧୦ କୋଟି ଟଙ୍କାର ଫାଇନାନ୍ସ କରାଇ ଦେବାକୁ କହି ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କର ଚେକ୍ ପ୍ରଦାନ କରିଥିଲେ।

ବଦଳରେ ସଂପୃକ୍ତ ବ୍ୟବସାୟୀ ଗୋଲଡେନ ବାବାଙ୍କୁ ୨୦୩୦ ପର୍ଯ୍ୟନ୍ତ ଉଠାଣ କରି ହେଉଥିବା ୧୧ଟି ଚେକ୍ ପ୍ରଦାନ କରିଥିଲେ। ସେହି ଚେକ୍ ମଧ୍ୟରୁ ଗୋଟିଏ ଚେକ୍‌ ୨୦୨୮ ଏପ୍ରିଲ ପହିଲାର ଥିଲା। କିନ୍ତୁ ଗୋଲଡେନ ବାବା ଏହି ଚେକ୍‌ର ତାରିଖ ବଦଳାଇ ୧ ସେପଟେମ୍ବର ୨୦୧୮ କରି ଜାଲିଆତି କରିଥିଲେ। ଏହା ଜାଲିଆତି ହୋଇଥିବା ଜଣାପଡ଼ିଥିଲା।  ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରିଛି।

You might also like