ସ୍ତ୍ରୀକୁ ମାରି ପେଟ୍ରୋଲରେ ଜାଳିଦେଲା ସ୍ୱାମୀ !
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : ଯାହାର ହାତ ଧରି ଶ୍ୱଶୁର ଘର ଆସିଥିଲେ ସିଏ ସାଜିଲା ହତ୍ୟାକାରୀ! ସାମାନ୍ୟ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଆଉ ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ଚଣ୍ଡାଳ ରୂପ ଧାରଣ କରିଥିଲା। ରାତିର ଅନ୍ଧକାର ଭିତରେ ଅତିନିର୍ମମ ଭାବେ ସ୍ତ୍ରୀକୁ ହତ୍ୟାକରି ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଜଗତସିଂହପୁର ସଦର ଥାନା ଅଞ୍ଚଳରୁ ଆସିଛି।
ଆଜି ସକାଳେ ରୁଦ୍ର ଜଗତସଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଥିଲା। ଏପରିକି ସେ ନିଜ ସ୍ତ୍ରୀକୁ ଆତ୍ମହତ୍ୟା କରିଥିବା ସ୍ୱୀକାର କରିଛି। ପରେ ପୁଲିସ୍ ତାକୁ ଅଟକ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ ରଶ୍ମୀତାଙ୍କ ପିତା ପ୍ରଶାନ୍ତ ଖଟୁଆଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ଅର୍ଦ୍ଧ ଦଗ୍ଧ ମୃତଦେହ ଜବତ କରିଛି। ତେବେ ରଶ୍ମୀତାଙ୍କ ଶରୀର ପ୍ରାୟ ୯୦ ଭାଗ ଜଳି ଯାଇଥିବାରୁ କଟକ ଏଫ୍ଏମ୍ଟିକୁ ପଠାଯିବ ବୋଲି ଜଗତସଂହପୁର ଏସ୍ପି ଆର୍ ପ୍ରକାଶ କହିଛନ୍ତି।
ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏହି ହତ୍ୟାକାଣ୍ଡ ଘଟାଯାଇଥିବା ପୁଲିସ ସନ୍ଦେହ କରୁଛି।