୨ ଯୁବତୀଙ୍କୁ ବିବାହ କରି ଯୁବକ ହଟହଟା

ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ ଅାଣିଲେ ଦୁଇ ପତ୍ନୀ

କେନ୍ଦ୍ରାପଡ଼ା : ଦୁଇ ଜଣ ଯୁବତୀଙ୍କୁ ବିବାହ କରି ଯୁବକ ହଟହଟା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ପରିସରରେ। ଅଭିଯୋଗ ଅନୁସାରେ ରାଜକନିକା ଥାନା ମେଘପୁର ଗାଁର ରଜନୀକାନ୍ତ ରାଉତ ପ୍ରଥମେ ଚାନ୍ଦବାଲି ଅଞ୍ଚଳରେ ବିବାହ କରିଥିଲେ।

ତେବେ ଦୁଇମାସ ପରେ ସ୍ତ୍ରୀକୁ ଘରୁ ବାହାର କରି ଦେଇ ରାଜକନିକା କାଟଣା ଗାଁରେ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି। କିଛି ଦିନ ପରେ ରଜନୀକାନ୍ତ ତାଙ୍କୁ ନିର୍ଯାତନା ଦେଉଥିବା ସେ ଥାନାରେ ଅଭିଯୋଗ କରିଥିଲେ।

ଅାଜି ରଜନୀକାନ୍ତ ଥାନାକୁ ଅାସିଥିବା ବେଳେ ଦୁଇ ଜଣ ପତ୍ନୀ ମଧ୍ୟ ଅାସି ନ୍ୟାୟ ପାଇଁ ଦାବି କରି ଧାରଣା ଦେଇଥିଲେ। ସେପଟେ ପୁଲିସ୍‌ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ପ୍ରଥମ ପତ୍ନୀଙ୍କ ଗାଁ ଲୋକେ ଥାନାକୁ ଧସେଇ ପଶିଥିଲେ। ଫଳରେ ଥାନା ପରିସରରେ ଉତ୍ତେଜନା ଦେଖି ଦେଇଥିଲା ଏହି ଘଟଣା ପରେ ପୁଲିସ୍ ରଜନୀକାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

You might also like