ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ

ଗଞ୍ଜାମ: ଘରୋଇ କଳିର କରୁଣ ପରିଣତି। ପ୍ରଥମେ ସ୍ତ୍ରୀକୁ ହତ୍ୟା ଏବଂ ପରେ ଖୋଦ୍ ସ୍ୱାମୀର ଆତ୍ମହତ୍ୟା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାଗଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଲେ ବାଙ୍କିଆ ସେଠୀ ତାଙ୍କ ସ୍ତ୍ରୀ ନୟନି।

ପାରିବାରିକ କଳହରୁ ଏମିତି ଏକ ଘଟଣା ଘଟିଥିବା ଜଣାପଡ଼ିଛି।

ଆଜି ସକାଳେ ବାଙ୍କିଆ ଏକ ଧାରୁଆ ଅସ୍ତ୍ରରେ ନୟନିଙ୍କ ବେକକୁ କାଟି ଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ବାଙ୍କିଆ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।

ପୁଲିସ୍ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

 

You might also like