ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଓ ଦୁଇ ଶିଶୁ ସନ୍ତାନଙ୍କୁ ହତ୍ୟା

ଭବାନୀପାଟଣା(ରାଜକୁମାର ସିଂହଦେଓ): ପରକୀୟା ପ୍ରୀତି ପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ହତ୍ୟା କରିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ କରି କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ଏଭଳି ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଲିଙ୍ଗ ମାଝୀଙ୍କୁ ଗିରଫ କରିଛି।

ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଲିଙ୍ଗ ମାଝୀ ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ରେଳ ଲାଇନରେ ଫୋପାଡି ଦେଇଥିଲା। ଏହାପରେ ଘରକୁ ଫେରି ଦୁଇ ପିଲାଙ୍କୁ ନୃଶଂସ ଭାବେ ଗଳା କାଟି ହତ୍ୟା କରିଥିଲା।

ପ୍ରାୟ ୪ ମାସ ହେବ ଲିଙ୍ଗ ଘର ଛାଡ଼ି ବାହାରେ ରହୁଥିଲେ। ଗତ ରବିବାର ରାତିରେ ଘରକୁ ଫେରିଥିଲା।  ଘରକୁ ଫେରିବା ପରେ ଲିଙ୍ଗ ଓ ତାଙ୍କ ସ୍ତ୍ରୀ ବିମଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସ୍ୱାମୀର ପରକୀୟା ପ୍ରୀତିକୁ ନେଇ ବିମଳା ପ୍ରତିବାଦ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଲିଙ୍ଗ ମାଝୀ ପ୍ରଥମେ ବିମଳାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଟାଙ୍ଗିଆରେ ହାଣିଥିଲା। ଏହାପରେ ଗାଁ ନିକଟରେ ଥିବା ରେଳ ଧାରଣାରେ ଥୋଇ ଦେଇ ଆତ୍ମହତ୍ୟାର ରୂପ ଦେଇଥିଲା। ସ୍ତ୍ରୀକୁ ହତ୍ୟା ପରେ ପିଲାମାନେ କିପରି ଚଳିବେ ସେ ଭାବି ଘରକୁ ଆସି ଦୁଇ ପିଲାଙ୍କୁ ମଧ୍ୟ ଗଳା କାଟି ହତ୍ୟା କରିଥିଲା। ଏହି ଘଟଣା ଘଟାଇବା ପରେ ସେ ଭବାନୀପାଟଣା ଚାଲି ଯାଇଥିଲା। ହେଲେ ସକାଳେ ଗାଁ ଲୋକଙ୍କଠାରୁ ଖବର ପାଇ ପୁଣି ଗାଁକୁ ଆସିଥିଲା।

ଏପଟେ ସୋମବାର ସକାଳେ ସିଂଝରଣ ଗାଁ ନିକଟ ରେଳ ଧାରଣାରୁ ଲିଙ୍ଗ ମାଝୀଙ୍କ ସ୍ତ୍ରୀ ବିମଳା ମାଝୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିଲା।  ତାଙ୍କ ଦୁଇ ପିଲା ଦୁଷ୍ମନ୍ତ ଓ ରବୀନ୍ଦ୍ରଙ୍କ ତଣ୍ଟି କଟା ଅବସ୍ଥାରେ ମୃତଦେହ ତାଙ୍କ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ।

କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧରଙ୍କ ତତ୍ତ୍ୱାବଧାନରେ ସନ୍ଧାନୀ କୁକୁର ମାଧ୍ୟମରେ ପୁଲିସ ପହଞ୍ଚି ଅଧିକ ତଦନ୍ତ କରିଥିଲା। ତେବେ ସନ୍ଧାନୀ କୁକୁର ସନ୍ଦେହଜନକ ଭାବେ ଗାଁର ଏକ ଦମ୍ପତିଙ୍କୁ ଚିହ୍ନଟ କରିଥିଲା। ଏହା ସହିତ ଦୁଇଟି ଟାଙ୍ଗିଆକୁ ପୁଲିସ୍ ଜବତ କରିଥିଲା। ଏଥିସହ ଲିଙ୍ଗ ମାଝୀକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରିଥିଲା। ତେବେ ଲିଙ୍ଗ ମାଝୀ ଏହି ହତ୍ୟାକାଣ୍ଡ କରିଥିବା ନେଇ ପୁଲିସ୍‌ ନିକଟରେ ସ୍ୱୀକାର କରିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଚିହ୍ନଟ ହୋଇଥିବା ଦମ୍ପତିକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

 

ଆହୁରି ପଢ଼ନ୍ତୁ

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

You might also like