ମା’କୁ ଟାଙ୍ଗିଆରେ ହାଣିଲା ପୁଅ

ଆଠଗଡ଼: ପୁଅର ଟାଙ୍ଗିଆ ଚୋଟରେ ମା’ର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହିରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।

ମୃତ ମହିଳା ଜଣଙ୍କ ହେଲେ ସାବି ପ୍ରଧାନ। ତାଙ୍କ ପୁଅ ନାଁ ପ୍ରକାଶ ପ୍ରଧାନ। ହତ୍ୟାକାଣ୍ଡ ପରେ ପ୍ରକାଶ ଫେରାର ହୋଇଯାଇଛି।

ସୂଚନା ଅନୁଯାୟୀ, ଘରୋର କଥାକୁ ନେଇ ମା’, ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ବେଳେ ପ୍ରକାଶ ହଠାତ୍ ଏକ ଟାଙ୍ଗିଆରେ ତାଙ୍କ ମା’ ସାବିଙ୍କୁ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like