ଚତୁର୍ଥ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲେ ୭୫ ବର୍ଷୀୟ ବୃଦ୍ଧ

ଚରିତ୍ରକୁ ସନ୍ଦେହ କରି ନାରକୀୟ କାଣ୍ଡ

ଅନୁଗୁଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଛି ନାରକୀୟ କାଣ୍ଡ । ସାମାନ୍ୟ ବଚସାରୁ ଉତ୍ତ୍ୟକ୍ତ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛନ୍ତି। ଏପରି ଅଭିଯୋଗ ହୋଇଛି ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନ ଅନ୍ତର୍ଗତ ବାରକୋଟିଆ ଗାଁରେ।  ନିଜ ଝିଅ ଘରକୁ ବୁଲି ଆସିଥିବା ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରା (୭୨) ଚତୁର୍ଥ ସ୍ତ୍ରୀ ଭଗବତୀ ବେହେରା (୪୫ବର୍ଷ) ଙ୍କୁ  ଅତି ବିଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଉଭୟ ବଳ ଓ ଭଗବତୀ ବାରକୋଟିଆ ଗ୍ରାମସ୍ଥିତ ଝିଅ ଘରକୁ  ୮ ଦିନ ପୂର୍ବେ ଆସିଥିଲେ । ଆଜି ଭୋରରୁ ଶୋଇବା ଘରେ ଭଗବତୀ ଚିତ୍କାର କରିଥିଲେ। ଏହା ଶୁଣି  ଘରର ଅନ୍ୟମାନେ ଉଠି ପଡି ଧାଇଁଥିଲେ । ସେମାନ ବଳ ରହୁଥିବା କୋଠରୀକୁ ଯାଇ ସେ ଟାଙ୍ଗିଆରେ ଅତି ବିଭତ୍ସ ଭାବେ ନିଜ ସ୍ତ୍ରୀକୁ ହାଣି ଦେଇଥିବା ଦେଖିଥିଲେ। ଘଟଣାସ୍ଥଳରେ ଭଗବତୀଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡିଥିଲା । ଏନେଇ ପରିବାର ଲୋକେ ଖମାର ପୁଲିସକୁ ଖବର ଦେଇଥିଲେ ।

ପୁଲିସ ଘଟଣାସ୍ଥଳରେ ପଞ୍ଚି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି । ତେବେ ଅଭିଯୁକ୍ତ ବଳ ବେହେରା ନିଜ ସ୍ତ୍ରୀ ଭଗବତୀଙ୍କ ଚରିତ୍ରକୁ ବାରମ୍ବାର ସନ୍ଦେହ କରୁଥିବାରୁ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି। ଅଭିଯୁକ୍ତ ବଳ ବେହେରାଙ୍କ ତିନି ସ୍ତ୍ରୀଙ୍କର ପୂର୍ବରୁ  ମୃତ୍ୟୁ ହୋଇ ସାରିଥିବା ବେଳେ  ଭଗବତୀ ଚତୁର୍ଥ ସ୍ତ୍ରୀ ଥିଲେ।

You might also like