ମାଆକୁ ହତ୍ୟା କଲା ପୁଅ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଦୁମୁକା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅ ନିଜ ମାଆକୁ ହତ୍ୟା କରିଛି। ମୃତ ମହିଳାଙ୍କ ନାଁ ତୁଳସୀ ବୋଲି ଜଣାପଡ଼ିଛି।

ତୁଳସୀଙ୍କ ବଡ଼ ଝିଅ ଶାଶୁଘର ଛାଡ଼ି ଆସି ବାପଘରେ ରହୁଥିଲେ। ଏହାକୁ ନେଇ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଗତକାଲି ତୁଳସୀ ଓ ପୁଅ କମଳାକାନ୍ତଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କମଳାକାନ୍ତ ଏକ ଚାପଡ଼ ଆଣି ତୁଳସୀଙ୍କ ମୁଣ୍ଡର ପଛପଟକୁ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନେବା ବାଟରେ ହିଁ ତୁଳସୀଙ୍କର ମୃତ୍ୟୁ ହୋଇଥିଲା।

You might also like