ପୁଣି କାଠଯୋଡ଼ି ନଦୀକୁ ଡେଇଁଲେ ; ଯୁବକ ନିଖୋଜ

କଟକ  : କଟକ ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁ ଯୁବକ ନିଖୋଜ।  ବ୍ରିଜ୍ ଉପରେ ବାଇକ୍ ରଖି ସେ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।  ସେଠାରୁ ଏକ ବାଇକ୍ ମିଳିଛି। ସେହି ବାଇକ୍‌ଟି ରାଜଧାନୀ ଉପକଣ୍ଠ ଗାଡ଼କଣର ଦେବବ୍ରତ ମାଝୀଙ୍କର।

ବାଇକ୍‌କୁ ଚିହ୍ନଟ କରିଛନ୍ତି ଦେବବ୍ରତଙ୍କ ପରିବାର ଲୋକେ। ତେଣୁ ଦେବବ୍ରତ ହିଁ ନଈକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ତାଙ୍କୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ଅପରେସନ ଚଲାଇଛନ୍ତି।

ଉଲ୍ଲେଖନୀୟ ଯେ , କିଛି ଦିନ ତଳେ ଜଣେ ଯୁବକ କାଠଯୋଡ଼ିକୁ ଡେଇଁ ଥିଲେ। ଡେଇଁବାର ୭ ଦିନ ପରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା।

You might also like