ନିର୍ମାଣାଧୀନ ବ୍ରିଜ୍‌ରୁ ଲୁହା ରଡ ଖସି ଜଣେ ଆହତ

ସମ୍ବଲପୁର : ସମ୍ବଲପୁରରେ ଅଘଟଣ। ସହରର ମହିଳା ଥାନା ସମ୍ମୁଖ ନିର୍ମାଣାଧୀନ ବ୍ରିଜ୍‌ରୁ ଲୁହା ରଡ୍‌ ଖସି ଆହତ ହୋଇଛନ୍ତି ଯୁବକ। ରାସ୍ତାରେ ଯାଉଥିବା ବେଳେ ଅଚାନକ ଏହି ଘଟଣା ଘଟିଛି।

ଆହତ ଯୁବକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତ ଯୁବକ ଜଣକ ଅଇଁଠାପାଲି ଅଞ୍ଚଳର ଅତୁଲ ଦାସ ବୋଲି ଜଣାପଡ଼ିଛି। ଗତ କିଛି ଦିନ ତଳେ ବ୍ରିଜ୍‌ରୁ ଅତଡ଼ା ଖସି ଜଣେ ବ୍ୟକ୍ତି ଆହତ ହୋଇଥିଲେ।

ସଂପୃକ୍ତ ବ୍ରିଜ୍‌ର କାମ ପଣ୍ଡା ଇ‌ନ୍‌ଫ୍ରା ପକ୍ଷରୁ କରାଯାଉଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ନିର୍ମାଣାଧୀନ ଫ୍ଲାଏ ଓଭର୍ ନିକଟରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା କି ?

ଲୋକେ କିପରି ବ୍ରିଜ୍‌ର ନିକଟରୁ ଯିବା ଆସିବା କରୁଥିଲେ ? ସେପଟେ ଘଟଣାକୁ ଗୁରୁତର ଭାବେ ନେବା ସହ ରାସ୍ତା ବନ୍ଦ ହେଲା ପରେ କାମ ଆରମ୍ଭ ହେବ ବୋଲି ଜିଲ୍ଳାପାଳ କହିଛନ୍ତି।

You might also like