କୁକୁର ବୁଲାଇବାକୁ କେନ୍ଦ୍ର କରି ଗୁଳିମାଡ଼
ବ୍ରହ୍ମପୁର: ବ୍ରହ୍ମପୁରରେ କୁକୁର ବୁଲାଇବାକୁ କେନ୍ଦ୍ର କରି ବଚସା ପରେ ସହଯୋଗୀଙ୍କ ସହ ମିଶି ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀ ଏୟାରଗନ୍ ଚଳାଇଥିବା ଅଭିଯୋଗ। କୁକୁର ବୁଲାଉଥିବା ଯୁବକ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆକ୍ରମଣରେ ସଂପୃକ୍ତି ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ବୈଦ୍ୟନାଥପୁର ଥାନା ଖଡ଼ାସିଂ ଧୋବାସାହିରେ ଏହି ଗୁଳିମାଡ଼ ହୋଇଛି। ଯୁବକ ଜଣକ କୁକୁର ବୁଲାଉଥିବା ବେଳେ ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀ ପ୍ରତିବାଦ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।