ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ବଲାଙ୍ଗିର: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୋଦହି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ବୈଦେହୀ ଚିରାଗୁନ। ତାଙ୍କ ସ୍ୱାମୀ ନାଁ ଧବଳେଶ୍ୱର ଚିରାଗୁନ।

ସୂଚନା ଅନୁସାରେ, ସ୍ତ୍ରୀକୁ ହତ୍ୟା କରିବା ପରେ ଧବଳେଶ୍ୱର ବେଲପଡ଼ା ଥାନାରେ ଆତ୍ମସମର୍ପଣ କରିଛି।

ଅନ୍ୟପକ୍ଷରେ, ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗୁଣିଗାରେଡ଼ି ସନ୍ଦେହରେ ବୈଦେହୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

 

 

 

You might also like