ଭାଉଜକୁ ହାଣିଲା ଦିଅର

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ଭାଉଜକୁ ହତ୍ୟା କଲା ଦିଅର। ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କିସାନପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ଭାଉଜଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତ ମହିଳାଙ୍କ ନାଁ ସୁକଦେଇ କିସାନ (୬୦)।

ପାରିବାରିକ କଳହକୁ କେନ୍ଦ୍ର କରି ବ୍ୟକ୍ତି ଜଣକ ତାଙ୍କ ଭାଉଜଙ୍କୁ ହାଣି ଦେଇଥିବା କୁହାଯାଉଛି।

ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

You might also like