• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ୪୨ ଥରରେ ମାଟ୍ରିକ୍ ପାସ୍‌‌, ୧୦ ଥରରେ ଦ୍ୱାଦଶ। ୮ ବର୍ଷର ପାଠକୁ ପଢ଼ିବାକୁ ଲାଗିଛି ପ୍ରାୟ ୫୦ ବର୍ଷ। ଫେଲ୍ ହେଲେ ପୁଣି ପରୀକ୍ଷା ଦେଉଥିଲେ। ଥରେ ନହେଲେ ପୁଣି ଆଉ ଥରେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ପାଠ ପଢ଼ିବାକୁ ଯେ କେବଳ ବୟସ କିମ୍ବା ଅର୍ଥ ଆବଶ୍ୟକ ଏହାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛନ୍ତି ଢେଙ୍କାନାଳ ସଦର ବ୍ଲକ୍‌ ପାରିଖେଦା ଗାଁର ତ୍ରିଲୋଚନ।

ବିଫଳତା ସଫଳତାର ସୋପାନ। ବାରମ୍ବାର ବିଫଳ ହେବା ପରେ ହାର୍‌ ନ ମାନି ଆଗକୁ ବଢ଼ିବାକୁ ହେବ। ଏଭଳି କିଛି ଦୃଢ଼ ଇଚ୍ଛା ଶକ୍ତି, ମନୋବଳ ଧରି ୬୫ ବର୍ଷ ବୟସରେ ଆଇନ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ତ୍ରିଲୋଚନ। ବାର୍ କାଉନ୍‌ସିଲ୍‌ରେ ନାଁ ବି ପଞ୍ଜୀକରଣ କରିଛନ୍ତି। ହେଲେ ତ୍ରିଲୋଚନଙ୍କ ଏହି ଆଇନ୍‌ ପାଠ ପଢ଼ିବା ଯାଏ ଲମ୍ବା ଯାତ୍ରା କଥା ଶୁଣିଲେ, ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ମାଟ୍ରିକ୍‌ରୁ ଆଇନ୍‌ ପଢ଼ିବା ଯାଏ ତାଙ୍କୁ ଲାଗିଛି ପ୍ରାୟ ୫୦ ବର୍ଷ।

ତ୍ରିଲୋଚନ ପ୍ରଥମ ଥର ପାଇଁ ୧୯୭୨ ମସିହାରେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଆଉ ବାରମ୍ବାର ସେ ପରୀକ୍ଷାରେ ବିଫଳ ହେଉଥିଲେ। ହେଲେ ସେ ହାର୍‌ ମାନି ନଥିଲେ। ବରଂ ପୁଣି ଥରେ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିଲେ। ବାର୍ଷିକ, ସପ୍ଲିମେଣ୍ଟାରୀ ଭଳି ୪୨ ଥର ପରୀକ୍ଷା ଦେଇ ୧୯୯୨ରେ କୃତ୍ତକାର୍ଯ୍ୟ ହୋଇଥିଲେ ତ୍ରିଲୋଚନ।

ଯୁକ୍ତ ଦୁଇ ପାସ୍‌ କରିବାକୁ ବି ତ୍ରିଲୋଚନଙ୍କୁ ଲାଗିଥିଲା ୧୯ ବର୍ଷ। ଏହାପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଯୁକ୍ତ ୩ ପାସ୍‌ କରି ୨୦୧୭ରେ ଲ’ରେ ନାମ ଲେଖାଇଥିଲେ। ଆଉ ଏବେ ଧଳା ଶର୍ଟ ଓ ନେକ୍ ବ୍ୟାଣ୍ଡ୍‌ ପିନ୍ଧି ଓକିଲାତି କରିବାକୁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି। ପାଠ ପଢ଼ିବା ପାଇଁ ତ୍ରିଲୋଚନଙ୍କ ଏହି ଯାତ୍ରା ଥିଲା ବେଶ୍‌ କଷ୍ଟଦାୟକ ଓ ଲାଞ୍ଛନା। ଗାଁରେ ଘରୁ ବାହାରିବା ମାତ୍ରେ ସବୁବେଳେ ତାଙ୍କୁ ଅନ୍ୟର ଗାଳି ଓ ଟାହି ଟାପରା ଶୁଣିବାକୁ ପଡ଼ୁଥିଲା। ହେଲେ ଏସବୁକୁ ସେ ଖାତିର ନ କରି ଆଗକୁ ବଢ଼ି ଚାଲିଥିଲେ।

https://youtu.be/tdv6XnSn5Qk

ତ୍ରିଲୋଚନ ପେଶାରେ ଜଣେ ଚାଷୀ। କ୍ଷେତରୁ ଯାହା ମିଳେ ସେଥିରେ ତାଙ୍କର ପରିବାର ଚଳେ। ପାଠ ପଢ଼ିବା ଓ ପରୀକ୍ଷା ଦେବା ଯାତ୍ରା ଭିତରେ ତ୍ରିଲୋଚନଙ୍କ ସ୍ତ୍ରୀ ଆରପାରିକୁ ଚାଲି ଯାଇଥିଲ। ଏସବୁ ଭିତରେ ସେ ଦୁଇ ପୁଅକୁ ବଡ଼ କରିଛନ୍ତି। ବୋହୂମାନେ ଆସିବା ପରେ ତ୍ରିଲୋଚନଙ୍କୁ ପାଠ ପଢ଼ିବାରେ ମଧ୍ୟ ସହାୟତା କରିଛନ୍ତି। ଏପରିକି ତ୍ରିଲୋଚନ ଯେତେବେଳେ ଦ୍ୱାଦଶ ପରୀକ୍ଷା ଦେଇଥିଲେ ସେହି ସମୟରେ ତାଙ୍କ ସହପାଠୀ ଥିଲେ ନିଜ ବଡ଼ ପୁଅ।

ବୟସ କେବଳ ଏକ ସଂଖ୍ୟା, ପାଠ ପଢ଼ିବାକୁ ଦୃଢ଼ ଇଚ୍ଛା ଶକ୍ତି ଆଗରେ କୌଣସି ପ୍ରତିବନ୍ଧକ ରୋକିପାରିବନି। ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ତ୍ରିଲୋଚନ।

ଆହୁରି ପଢନ୍ତୁ : ନୂଆ ଶିକ୍ଷା ବର୍ଷ ପାଇଁ ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି‌

Man-gets-law-degree-after-clearing-class-x-xii-exams-in-42-10-attempts-respectively
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories