ପ୍ରତାପଙ୍କ ମହତ କାର୍ଯ୍ୟ, କରୋନା ସଂକ୍ରମିତଙ୍କ ଘରକୁ ଯାଇ ନିଜ ଆଡ଼ୁ କରୁଛନ୍ତି ସାନିଟାଇଜ..

ଭୁବନେଶ୍ୱର: କରୋନାକୁ ନେଇ କୋକୁଆ ଭୟ। ଅଦୃଶ୍ୟ ଭୂତାଣୁ ଏମିତି ମାଡୁଛି ଯେ, ଯେତେ ସତର୍କ ରହିଲେ ବି ମହାମାରୀ କବଳରୁ ବର୍ତ୍ତିବା ମୁସ୍କିଲ ହେଉଛି। ଏଭଳି ସ୍ଥିତିରେ ଘରୁ ବାହାରିବାକୁ ଭୟ ଲାଗୁଥିବା ବେଳେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ କରୋନା ଆକ୍ରାନ୍ତଙ୍କ ସେବା କରିବାକୁ ପଣ କରିଛନ୍ତି। ଅସୁବିଧା ବେଳେ ସେମାନଙ୍କୁ କିଛି ଆଶ୍ୱସ୍ତି ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି।

Pratap Sahu

ଭୁବନେଶ୍ୱର ନିଳାଦ୍ରୀବିହାର ଅଞ୍ଚଳର ପ୍ରତାପ ସାହୁ କରୋନା କାଳରେ ଏକ ମହତ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ପ୍ରତାପ କରୋନା ଆକ୍ରାନ୍ତଙ୍କ ଘରେ ପହଞ୍ଚି ସାନିଟାଇଜ୍ କରୁଛନ୍ତି। ଘର ବାହାର ସମେତ ପୁରା ଅଞ୍ଚଳରେ ବିଶୋଧକ ସିଞ୍ଚନ କରିବା ସହ ସଂକ୍ରମଣ ଯେଭଳି ନବ୍ୟାପିବ ସେଇ ପ୍ରଚେଷ୍ଟାରେ ଅଛନ୍ତି ପ୍ରତାପ। କେବଳ କରୋନା ସଂକ୍ରମିତ ନୁହନ୍ତି ସଂସ୍ଥା, ସଂଗଠନ ଯିଏ ବି ଡାକନ୍ତି ବିନା ଦ୍ୱିଧାରେ ସହଯୋଗର ହାତ ବଢାନ୍ତି ପ୍ରତାପ। ପ୍ରଥମ ଲକଡାଉନ୍ ସମୟରେ ଅସୁବିଧାରେ ପଡିଥିବା ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଉଥିଲେ ପ୍ରତାପ। ମାତ୍ର ଏବେ ସଂକ୍ରମଣ ହୁ ହୁ ହୋଇ ମାଡୁଥିବାରୁ ସାନିଟାଇଜେସନ ଉପରେ ଫୋକସ କରିଛନ୍ତି ପ୍ରତାପ।

Pratap Sahu

ମହାମାରୀ ସମୟରେ ବରିଷ୍ଠ ନାଗରିକଙ୍କୁ ସହାୟତା ଲାଗି ପ୍ରତାପଙ୍କ ଭଳି, ଆଗେଇ ଆସିଛନ୍ତି କିଛି ସଂସ୍ଥା ଓ ସଂଗଠନ। ହେଲପ-ଏଜ୍ ଇଣ୍ଡିଆ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ନେବା ଆଣିବା ସୁବିଧା ଯୋଗାଇ ଦିଆଯାଉଛି। ଏଥିପାଇଁ କ୍ୟାବ ସଂସ୍ଥା ଉବେର ସହ ହେଲପ-ଏଜ୍ ଇଣ୍ଡିଆର ଚୁକ୍ତି ହୋଇଛି। ହେଲ୍ପଲାଇନ ନମ୍ବର ୧୮୦୦-୩୪୫-୧୨୫୩ ଅଥବା ୯୪୩୭୪୯୬୮୯୧କୁ କଲ କରି ନଚେତ୍ odisha.agecare@helpageindia.org /  Bhubaneswar@helpageindia.org କୁ mail କରି ଏହି ସେବାର ଫାଇଦା ନେଇ ହେବ। ଗତ ଲକଡାଉନ୍ ସମୟରେ ଦୁଇ ହଜାର ବରିଷ୍ଠ ନାଗରିକଙ୍କୁ ଏଭଳି ସେବା ଯୋଗାଇ ଦିଆଯାଇଥିବା ବେଳେ ଏବେ ମଧ୍ୟ ସଂସ୍ଥା ନିଜ ମହତ କାର୍ଯ୍ୟ ଜାରି ରଖିଛି।

You might also like