ବାରିପଦା: କ୍ୱାରେଣ୍ଟିନ୍ ସେଣ୍ଟର ନିକଟରୁ ଜଣେ ପ୍ରବାସୀ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅଳାଁ ପଞ୍ଚାୟତରେ ଏହି ଘଟଣା ଘଟିଛି। ମୃତକ ହେଲେ ରାଇକମା ଗାଁର ସୁରେନ୍ଦ୍ର ବେହେରା।
ସୂଚନା ଅନୁସାରେ, ସୁରେନ୍ଦ୍ର ଓ ତାଙ୍କ ସ୍ତ୍ରୀ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶରୁ ଫେରି ଡମ୍ବୁରଡହ ପ୍ରାଥମିକ ସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟର ରହୁଥିଲେ। ଆଜି ସକାଳେ ସୁରେନ୍ଦ୍ରଙ୍କ ମୃତଦେହ କ୍ୱାରେଣ୍ଟିନ୍ ସେଣ୍ଟର ନିକଟରେ ଥିବା ମହୁଲ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।