ଚାଷ ଜମିରେ ପଡ଼ିଛି ମୁଣ୍ଡ ନଥିବା ମୃତଦେହ

ଭୁବନେଶ୍ୱର: ଶରୀରରୁ ମୁଣ୍ଡ ଅଲଗା ହୋଇ ଚାଷ ଜମିରେ ପଡ଼ି ରହିଛି ମୃତଦେହ। ଏଭଳି ବିଭତ୍ସ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ବଡ଼ଗଡ଼ ଏକଲପୁର ଗାଁରେ। ନିକଟସ୍ଥ ଏକ ଚାଷ ଜମିରେ ଶରୀରରୁ ମୁଣ୍ଡ ଅଲଗା ହୋଇ ପଡ଼ିରହିଛି। ମୃତକ ସୋରଡ଼ା ବୋରସିଂ ଗାଁର ନିଳାଞ୍ଚଳ ପ୍ରଧାନ ବୋଲି ଜଣାପଡ଼ିଛି। ମୃତଦେହର କିଛି ବାଟ ଦୂରରେ ତାଙ୍କ ଶରୀର ପଡ଼ିଥିବା ଦେଖିବାକୁ ମିଳିଛି।

ଗତକାଲି ସଂଧ୍ୟାରୁ ସେ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ତେବେ ଆଜି ସକାଳୁ ଗାଁଠୁ ୧୦ କିଲୋମିଟର୍ ଦୂରରେ ତାଙ୍କ ମୃତଦେହ ମିଳିଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାରାଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଖୋଳତାଡ଼ କରୁଛି।

ଅନ୍ୟପଟେ ରାୟଗଡ଼ା ସହର ସ୍ଥିତ ଅରବିନ୍ଦ ନଗରରେ ଏକ ସରକାରୀ କ୍ୱାର୍ଟର ଭିତରୁ ଜଣେ ସରକାରୀ କର୍ମଚାରୀଙ୍କ ମୃତଦେହ ମିଳିଛି। ମୃତକ କର୍ମଚାରୀ ଜଣକ ହେଉଛନ୍ତି ଜଳଛାୟା ବିଭାଗ କାର୍ଯ୍ୟାଳୟର ବରିଷ୍ଠ କିରାଣି ଡିଭିଏସ୍ ନେହରୁ। ସେ ଗତ କିଛିଦିନ ତଳେ ବିଶାଖାପାଟଣାରୁ ଆସି ସରକାରୀ କ୍ୱାର୍ଟର୍ସରେ ରହୁଥିଲେ।  ଗତ ଦୁଇଦିନ ତଳେ ତାଙ୍କ କ୍ୱାର୍ଟର୍ସ ଭିତରୁ ଦୁର୍ଗନ୍ଧ ବହାରିବାରୁ ସାହି ଲୋକେ ଝରକା ପଟୁ ତାଙ୍କ ଗଳିତ ମୃତଦେହ ଦେଖିଥିଲେ। 2 ଦିନ ପରେ  ପରିବାର ଲୋକେ ଆସିବାରୁ ପୋଲିସ ପହଂଚି କବାଟ ଭାଙ୍ଗି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।୨ ଦିନ ପର୍ଯ୍ୟନ୍ତ ମୃତଦେହ ପଡ଼ିରହି ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।

ଆହୁରି ପଢ଼ନ୍ତୁ

You might also like