ଆଶ୍ରମ ସ୍କୁଲ ପରିସର କ୍ୱାଟରରୁ ମୃତଦେହ ଉଦ୍ଧାର

ମୋହନା( ମିହିର ଯତି) : ଗଜପତି ଜିଲ୍ଲ ମୋହନାରେ ଲୁଡ୍ରୁ ଆଶ୍ରମ ସ୍କୁଲ ପରିସରରେ ଥିବା ଏକ କ୍ୱାର୍ଟରରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସେହି ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ମୃତକଙ୍କ ନାଁ ଜଗନ୍ନାଥ କାର୍ଜି।

ମିଳିଥିବା ସୂଚନା ମୁତାବକ ,ଗତ କାଲି ରାତିରେ ସେ ଏକୁଟିଆ ଶୋଇଥିବାବେଳେ କେହି ଜଣେ ତାଙ୍କ ମୁହଁକୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଛି। ମୃତଦେହ ପାଖରେ ଏକ  ପଥର ପଡିରହିଛି।

ପାରିବାରିକ କଳହରୁ ପୁଅ ବାପକୁ ହତ୍ୟା କରିଥିବା ସନ୍ଦେହ କରାଯାଇଛି। ଗତକାଲି ରାତିରୁ ପୁଅ କେଶବ କାର୍ଜି ଫେରାର ହୋଇଯାଇଛି। ଆଜି ସକାଳୁ ମୃତକଙ୍କ ପତ୍ନୀ ଓ ଝିଅ ଆସି ହତ୍ୟା ହୋଇଥିବା ଦେଖିବାକୁ ପାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like