ନଦୀବନ୍ଧ ସର୍ଭେ କରିବା ବେଳେ ଖସି ପଡ଼ିଲେ କର୍ମଚାରୀ
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ପାଙ୍ଗାମ ପୋଲର ସର୍ଭେ କାମ କରୁଥିବା ବେଳେ ଜଣେ ସର୍ଭେୟର ନଦୀଗର୍ଭରେ ଖସିପଡ଼ିଛନ୍ତି। ଅଗ୍ନିଶମ ବିଭାଗ ଓ ପୋଲିସ୍ ଖୋଜାଖୋଜି କରୁଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନି। ନିଖୋଜ ବ୍ୟକ୍ତିଙ୍କ ନାମ ସୌଭାଗ୍ୟ।
ଜୋର ବର୍ଷା ହେଲେ ପାଙ୍ଗାମ ପୋଲ ଉପରେ ପାଣି ଚାଲେ। ଫଳରେ ଏହି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଚଳିତ ମାସରେ ପାଙ୍ଗାମ ପୋଲରେ ବଢ଼ି ପାଣି ଚାଲିବାରୁ ୩ ଥର ଏହି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା।
ସମସ୍ୟାର ସମାଧାନ ପାଇଁ ପୋଲର ଉଚ୍ଚତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ। କେତେ ଉଚ୍ଚା କଲେ ବଢ଼ି ପାଣି ପୋଲ ଉପରକୁ ଆସିବ ନାହିଁ, ତାର ସର୍ଭେ କରାଯାଉଥିଲା । ଏଥିପାଇଁ ଭୁବନେଶ୍ୱରୁ ଆସିଥିଲେ ୪ ଜଣ କର୍ମଚାରୀ।
ହେଲେ ସର୍ଭେ କରୁଥିବା ସମୟରେ ସୌଭାଗ୍ୟ ନାମକ ଜଣେ କର୍ମଚାରୀଙ୍କ ପାଦ ଖସି ଯାଇଥିଲା। ଫଳରେ ସେ ନଦୀଗର୍ଭକୁ ଖସି ପଡ଼ିଥିଲେ।