ଟଙ୍କା ପାଇଁ ଭାଇକୁ ବନ୍ଧା ପକାଇଲା ଭାଇ

ଜୟପୁର : ଟଙ୍କା ଆଗରେ ତୁଚ୍ଛ ହେଲା ସଂପର୍କ। ଭାଇ ଭୁଲିଗଲା ଭାଇର ଭାବ ବନ୍ଧନ । ମାତ୍ର ୨୯ ହଜାର ଟଙ୍କା ପାଇଁ ନିଜ ଭାଇକୁ ବନ୍ଧା ପକାଇଲା ଭାଇ ।  ଆଉ ୪୮ ଘଣ୍ଟା ପରେ ଅପହରଣକାରୀଙ୍କ କବଳରୁ ଖସି ଆସିବାପରେ ସାମ୍ନାକୁ ଆସିଛି ଏହି ଘଟଣା।

ସୂଚନା ମୁତାବକ ,କୋରାପୁଟ ଜିଲ୍ଲା ଦେଉଳଗୁଡ଼ାର ରମଣୀ ଅମାନତ୍ୟଙ୍କୁ ତାଙ୍କ ସଂପର୍କୀୟ ଭାଇ ୨୯ ହଜାର ଟଙ୍କା ପାଇଁ ୫ଜଣ ଯୁବକଙ୍କ ପାଖରେ ବନ୍ଧକ ରଖିଥିଲା। ଅପହୃତ ରମଣୀଙ୍କ ପରିବାର ପକ୍ଷରୁ ଗତ ୨୬ ତାରିଖରେ ଥାନାରେ ଏତଲା ଦିଆଯାଇଥିଲା। ତେବେ ଦୁଇ ଦିନ ପରେ ରମଣୀ ସେମାନଙ୍କ ନିକଟରୁ ଖସି ଆସିଛନ୍ତି। ଏନେଇ ପୁଲିସ ତଦନ୍ତ କରି ୫ଜଣଙ୍କୁ ଗିରଫ କରିଥିବା କହିଛନ୍ତି ଏସଡିପିଓ।

You might also like