“ଲୋକ ଏଠି ପୋକମାଛି ଭଳି ମରୁଛନ୍ତି”

ବ୍ରହ୍ମପୁର: ‘ଲୋକ ଏଠି ପୋକମାଛି ଭଳି ମରୁଛନ୍ତି। ଯଦି ସେହି ରୋଗୀ ଭୁବନେଶ୍ୱର ଯାଉଛନ୍ତି, ତା’ହେଲେ ବଞ୍ଚିକି ଆସୁଛନ୍ତି। ଏଥିପାଇଁ ଏଠି ଏତେ ଲୋକ ମରୁଛନ୍ତି  କାରଣ ଏଠି ଠିକ୍ ଭାବେ‌ ଚିକିତ୍ସା ହେଉନାହିଁ। ହେଲ୍‌ପ୍‌ଲାଇନ୍‌ ନମ୍ବରରେ ଯୋଗାଯୋଗ କଲେ ମଧ୍ୟ କିଛି ଉତ୍ତର ମିଳୁନାହିଁ। ’ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବାପରେ ମୃତକଙ୍କ ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଏହି ଅଭିଯୋଗ ଆସିଛି।

ସୂଚନା ଅନୁଯାୟୀ, ବିଜିପୁର ଅଞ୍ଚଳର ଟି. ଦିଲୀପ ପାତ୍ରଙ୍କୁ ଜ୍ୱର ହେବାରୁ ଗତ ୧୧ରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୧୫ ତାରିଖରେ ସେ କୋଭିଡରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଚାରି ଦିନ ଚିକିତ୍ସା ପରେ ୧୮ ତାରିଖରେ ଲକ୍ଷଣ ନ ଥିବା କହି ଛାଡ଼ି ଦେଇଥିଲେ। ୨୧ ତାରିଖରେ ଅଧିକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସିଟି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୨୬ ତାରିଖରେ ତାଙ୍କୁ ଟାଟା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିନ୍ତୁ ଚିକିତ୍ସାରେ ଅବହେଳାରୁ ଦିଲୀପଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ହସ୍ପିଟାଲ୍‌ରେ ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟ ଆସୁ ନ ଥିବାରୁ ବେଡ୍‌ରେ ପଡ଼ିପଡ଼ି ଦିଲୀପଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ପରିବାର ଲୋକେ ଜିଲ୍ଲାପାଳ, ବ୍ରହ୍ମପୁର ମ୍ୟୁନିସିପାଲ୍‌ କମିଶନର ଓ ହେଲ୍‌ପ୍‌ଲାଇନ୍‌ ନମ୍ବରରେ ବାରମ୍ବାର ଜଣାଇଥିଲେ। ଅନ୍ୟପକ୍ଷରେ, ଏହି ଘଟଣାରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

You might also like