କାନ୍ଥ ଭୁଶୁଡ଼ି ଜଣେ ମୃତ

ରାଉରକେଲା: ରାଉରକେଲା ଛେଣ୍ଡ୍‌ କଲୋନୀରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ଅରବିନ୍ଦ ଗୌଡ଼ ନାମକ ଜଣେ ଯୁବକ ଛେଣ୍ଡ୍‌ କଲୋନୀର ଏକ ବସ୍ତି ଦେଇ ଯାଉଥିବା ବେଳେ ହଠାତ୍‌ ତାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷେ, ଡାକ୍ତରୀ ସେବାରେ ଅବହେଳା ଯୋଗୁ ଅରବିନ୍ଦଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

 

You might also like