ଛିଡ଼ି ପଡ଼ିଥିବା ୧୧ କେଭି ତାର ଲାଗି ଯୁବକ ମୃତ
କୋଣାର୍କ: ଶୌଚ ପାଇଁ ଯାଇଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ କୋଣାର୍କ-ପୁରୀ ଜାତୀୟ ରାଜପଥର ଏଫସିଆଇ ଛକର ରାସ୍ତା ଅବରୋଧ କରିଛନ୍ତି।
ସୂଚନା ଅନୁଯାଇ, କୋଣାର୍କ ରାମଚଣ୍ଡୀ ଥାନା ଅନ୍ତର୍ଗତ ବଡଗାଁର ହୃଷୀକେଶ ଛୋଟରାୟ ଆଜି ଭୋର୍ ୪ଟାରେ ଶୌଚ ପାଇଁ ଘର ବାହାରକୁ ଯାଇଥିଲେ। ସେହି ସମୟରେ ହୃଷୀକେଶ ତାଙ୍କ ଘର ସାମ୍ନାରେ ଛିଡ଼ି ପଡିଥିବା ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଦ୍ୟୁତ୍ ବିଭାଗର ଅବହେଳାକୁ ଦାୟୀ କରି କ୍ଷତିପୂରଣ ଦାବିରେ କୋଣାର୍କ-ପୁରୀ ଜାତୀୟ ରାଜପଥର ଏଫ୍ସିଆଇ ଛକରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।