ବିଦ୍ୟୁତ୍ ତାର ଲାଗି ଜଣେ ମୃତ; କାର୍ଯ୍ୟାଳୟ ଭାଙ୍ଗିଲେ ଉତ୍ୟକ୍ତ ଲୋକେ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହେବାରୁ ସେଠାରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ଜଗତସିଂହପୁର ଏରସମା ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ତଦନ୍ତ ଦାବି କରିଛନ୍ତି।

ପୋଖରିଆପଡ଼ା ଗାଁରେ ବିଲକୁ କାମ କରିବାକୁ ଯାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନୀଳମଣି ସ୍ୱାଇଁଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ୍ ତାର ତଳେ ଓହଳିଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ ବିଭାଗର ଏଭଳି ଖମାଖିଆଲିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।

ଆହୁରି ପଢ଼ନ୍ତୁ

You might also like