ସାପ ସହ ଖେଳ ହେଲା କାଳ

ଜଳେଶ୍ୱର: ସାପ ସହ ଖେଳ ହେଲା କାଳ। ଜଣେ ସାପୁଆ କେଳା ନାଗ ସାପକୁ ଖେଳାଉଥିବା ବେଳେ କାମୁଡି ଦେଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି। ଜଳେଶ୍ୱର ଥାନା ଅନ୍ତର୍ଗତ କୃଷ୍ଣନଗର ଗାଁରେ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ ମାସ ୨୮ ତାରିଖ ଦିନ ସାପୁଆ କେଳା ରଞ୍ଜନ ନାୟକ କୃଷ୍ଣନଗର ଗାଁରେ ସାପ ଖେଳାଇବା ବେଳେ ତାଙ୍କର ବାମ ହାତକୁ ସାପ କାମୁଡି ଦେଇଥିଲା।

ତୁରନ୍ତ ଲୋକେ ତାଙ୍କୁ ମେଡିକାଲ ଯିବାକୁ କହିଥିଲେ କିନ୍ତୁ ସେ ଯାଇନଥିଲା, ବରଂ କାମୁଡ଼ା ସ୍ଥାନରେ ଚେରମୂଳି ଲଗାଇବା ସହ ସାପ କାମୁଡିଥିବା ହାତକୁ ରଶିରେ ବାନ୍ଧି ଚାଲିଯାଇଥିଲା। ସେଠାରୁ ଯିବାର ଏକ କିଲୋମିଟର ଦୂରତାରେ ରଞ୍ଜନଙ୍କର ମୃତ୍ୟୁ ହୋଇଥିଲା।

ପରେ ସ୍ଥାନୀୟ ଲୋକେ ବନ ବିଭାଗ ଏବଂ ପୁଲିସକୁ ଖବର ଦେଇଥିଲେ। ବନ ବିଭାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରଞ୍ଜନ ନାୟକଙ୍କ ଶବ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ସାପୁଆ କେଳା ରଞ୍ଜନଙ୍କର ମୃତଦେହର ଭିଜୁଆଲ୍‌ ଭାଇରାଲ୍‌ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

You might also like