ସୁରତରୁ ଟ୍ରେନ୍‌ରେ ଫେରୁଥିବା ବେଳେ ଅଧାବାଟରେ ଚାଲିଗଲା ଜୀବନ

ବ୍ରହ୍ମପୁର: ସୁରତରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନ୍‌ରେ ଉଡିଗଲା ପ୍ରାଣବାୟୁ। ପୁରୀ-ଅହମଦାବାଦ ଟ୍ରେନ୍‌ରେ ଏଭଳି ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଖଣ୍ଡଦେଉଳି ଗାଁର ବିଶ୍ୱନାଥ ଜେନା।

ଗତକାଲି ବିଶ୍ୱନାଥ ସୁରତରୁ ସମ୍ପର୍କୀୟଙ୍କ ସହ ପୁରୀ-ଅହମଦାବାଦ ଟ୍ରେନ୍‌ରେ ଖଲ୍ଲିକୋଟ ଷ୍ଟେସନ ଫେରୁଥିଲେ। ରାତି ୧୧ଟା ସମୟରେ ଟ୍ରେନରେ ହିଁ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିଲା। ପରେ ଗାଡି ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ଶବକୁ ବାହାର କରାଯାଇଥିଲା। ଏନେଇ ଜିଆର୍‌ପି ପାଖରେ ଖବର ପହଞ୍ଚିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ଜିଆର୍‌ପି କହିଛି।

ଜିଆରପି ଏଏସଆଇଙ୍କ କହିବା ଅନୁଯାୟୀ, ବିଶ୍ୱନାଥ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ। ଫଳରେ ଟ୍ରେନରେ ଆସୁଥିବା ବେଳେ ବାରମ୍ବାର ସେ ପରିସ୍ରା ଯାଉଥିଲେ। ହଠାତ୍ ସେ ଅଚେତ୍ ହୋଇ ପଡ଼ିଥିଲେ। ଏହାର କିଛି ସମୟ ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଘଟଣା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ।

ଦିଲ୍ଲୀ ଆନନ୍ଦବିହାର ବସ୍ ଟର୍ମିନାଲରେ ଜନଗହଳି ଦେଖିବାକୁ ମିଳିଛି। ଘରକୁ ଫେରିବାକୁ ଭିଡ଼ ଜମାଇଛନ୍ତି ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର ଅନେକ ଶ୍ରମିକ। ଦିଲ୍ଲୀରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଏବେ ସେମାନେ ଘର ମୁହାଁ। ଗତକାଲି ରାତି ତମାମ ଆନନ୍ଦବିହାର ବସ୍ ଟର୍ମିନାଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା।

You might also like