କାଳ ହେଲା ନାଳ, ଛାତିରେ ପଶିଗଲା ଲୁହା ରଡ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ପଣ୍ଡା କଲୋନୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସ୍କୁଟିରେ ଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ଜଣେ ଯୁବକ ଏକ ନିର୍ମାଣାଧୀନ ନାଳରେ ଖସି ପଡ଼ିଥିଲେ। ଫଳରେ ନାଳରେ ଲାଗିଥିବା ଲୁହା ରଡ଼ ଯୁବକଙ୍କ ଛାତିରେ ପଶି ଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି।

ମୃତ ଯୁବକ ହେଲେ ଲାଞ୍ଜିପଲ୍ଲୀ ତୋଟାସାହିର ପୂର୍ଣ୍ଣଚନ୍ଦ୍ର ରାୟ। ଆଜି ସକାଳେ ସେ ନିର୍ମାଣାଧୀନ ନାଳ‌ରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖଇଥିଲେ।

ନାଳ ନିର୍ମାଣାଧୀନ ଥିବା ବେଳେ ଚାରିପଟେ ବ୍ୟାରିକେଡ ନ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like