ପାରିବାରିକ କଳହର କରୁଣ ପରିଣତି ; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି

ପାଟଣାଗଡ଼ ( ବଂଶୀଧର ଶେଠ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ସ୍ୱାମୀଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସ୍ତ୍ରୀ।

ମିଳିଥିବା ସୂଚନା ମୁତାବକ ,ଗତ ରାତିରେ ଗାଁର ଦୁର୍ଯ୍ୟୋଧନ ବଡ଼ିଆ ଓ ସ୍ତ୍ରୀ କିଶୋରୀ ବଡ଼ିଆ ଘରର କବାଟ ଦେଇ ଭିତରେ ଝଗଡ଼ା ଲାଗିଥିଲେ। ଏନେଇ ଦୁଇ ପିଲା ବଡ଼ ପାଟିରେ ଚିତ୍କାର କରିବାରୁ ପରିବାରର ଅନ୍ୟ ଲୋକ ଘର କବାଟ ଖୋଲି ଦେଖିଥିଲେ ଯେ, ସ୍ତ୍ରୀ କିଶୋରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ସ୍ୱାମୀ ଦୁର୍ଯ୍ୟୋଧନ ମଧ୍ୟ ଅଚେତ ହୋଇ ଯାଇଥିଲେ।

ଦୁହିଁଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁର୍ଯ୍ୟୋଧନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ କିଶୋରୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏବେ ସୁଦ୍ଧା ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ ।

ଆହୁରି ପଢ଼ନ୍ତୁ

You might also like