ରାସ୍ତା ପାର ହେବା ବେଳେ ବାଇକ୍‌ ଧକ୍କାରେ ଜଣେ ମୃତ

କଟକ: ନିଆଳି ଖଣ୍ଡିଆଦଣ୍ଡା ଅଞ୍ଚଳରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କର ଶବ ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ।

ଗତକାଲି ଅପରାହ୍ନରେ ଖଣ୍ଡିଆଦଣ୍ଡା ଗାଁର ବିକା ବୋଇ ନାମକ ଜଣେ ବ୍ୟକ୍ତି ରାସ୍ତା ପାର ହେଉଥିବା ବେଳେ ତାଙ୍କୁ ବାଇକ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଆଜି ମୃତ୍ୟୁ ହୋଇଛି।

ବାଇକ ଚାଳକକୁ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଏହା ଫଳରେ କଟକ- ନିଆଳି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

You might also like