ନିର୍ମାଣାଧୀନ ପାଣିଟାଙ୍କିରୁ ଖସି ଶ୍ରମିକ ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ନିର୍ମାଣାଧୀନ ପାଣିଟାଙ୍କିରୁ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟ ହୋଇଛି। ମୃତ ଶ୍ରମିକ ଜଣଙ୍କ କୋକସରା ଅଞ୍ଚଳ ବଙ୍ଗୋମୁଣ୍ଡା ଗାଁର ଭାଜନ ଦଳପତି ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପାଣିଟାଙ୍କିର ସାଇଡ୍ ସ୍ଲୋପ୍ ନିର୍ମାଣ କରୁଥିବା ସମୟରେ ଭାଜନଙ୍କ ଗୋଡ଼ ଖସି ପଡ଼ିବା ଦ୍ୱାରା ସେ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଏହାପରେ ଉତ୍ୟକ୍ତ ଲୋକେ ଭାଜନଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଛନ୍ତି। ସେପଟେ ବିନା ସେଫ୍‌ଟି ବେଲ୍ଟରେ ଶ୍ରମିକମାନେ କିଭଳି ୱାଟର ଟ୍ୟାଙ୍କର ନିର୍ମାଣ କରୁଛନ୍ତି ସେ ନେଇ ଲୋକେ ପ୍ରଶ୍ନ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

You might also like