ଦୋକାନ ସହିତ ଜଳିଗଲେ

ବଲାଙ୍ଗିର: ପାନ ଦୋକାନରେ ଲାଗିଗଲା ନିଆଁ। ଫଳରେ ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୋକାନ ମାଲିକ। ବଲାଙ୍ଗିରରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକଙ୍କ ନାଁ ସୁରଜ କ୍ଷେତି (୨୬)। ତାଙ୍କ ଘର ମାଲପଡ଼ାରେ।

ସୂଚନା ଅନୁସାରେ, ବଲାଙ୍ଗିର ସହରର ପିପି ଏକାଡେମୀ ଛକ ନିକଟରେ ଥିବା ସୁରଜଙ୍କ ପାନ ଦୋକାନରେ ନିଆଁ ଲାଗି ଯାଇଥିଲା।  ଗତକାଲି ରାତିରେ ସେ ଦୋକାନରେ ଶୋଇଥିବା ବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଦୋକାନ ଭିତରେ ଶୋଇଥିବା ସୁରଜ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।

ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହା ଏକ ହତ୍ୟାକାଣ୍ଡ ବୋଲି ସୁରଜଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ବଡ଼ ଭାଇ କହିଛନ୍ତି, ପୂର୍ବ ଶତ୍ରୁତାରୁ କେହି ନିଆଁ ଲଗାଇ ଦେଇଛି।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like