• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଯାଜପୁର(ଗୁଲାମ ଗସ୍‌): ଜୀର୍ଣ୍ଣଶୀର୍ଣ୍ଣ ଦୁର୍ବଳ ଶରୀର ମୁହଁରେ ଲମ୍ବା ଦାଢି। ଆଉ ହାତ ଗୋଡରେ ପଡ଼ିଛି ବେଡି। ଭଙ୍ଗା ଦଦରା ନୂଆଁଣିଆ ଚାଳଛପର ଘରର ଗୋଟିଏ ଅନ୍ଧାର କୋଠରୀରେ ବସି ବାହାରକୁ ଚାହିଁ ରହିଛନ୍ତି। ଏଭଳି ଅବସ୍ଥାରେ ଗୋଟିଏ କୋଠରୀ ଭିତରେ ଦୀର୍ଘ ୩୦ ବର୍ଷ ହେଲାଣି କଟୁଛି ରାତି ଦିନ। ସିଏ ହେଉଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଉଦୟପୁର ଗାଁର ରମାକାନ୍ତ ବେହେରା।

ମାନସିକ ବିକୃତି ଦେଖାଯିବା ପରେ ପରିବାର ଲୋକଙ୍କୁ ଚିହ୍ନି ପାରିଲେନି ରମାକାନ୍ତ। ବିଭିନ୍ନ ସମୟରେ ବାହାର ଲୋକଙ୍କୁ ଆକ୍ରମଣ କଲେ। ଫଳରେ ଶିକୁଳିରେ ବାନ୍ଧି ରଖିଛନ୍ତି ପରିବାର ଲୋକେ। ଚିକିତ୍ସା ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ଅର୍ଥ ସାଜିଛି ବାଧକ।

ରମାକାନ୍ତଙ୍କ ମା’ ସୀତାରାଣୀ ବେହେରା କହିଛନ୍ତି-“୩୦ ବର୍ଷ ହେଲା ତାକୁ ବନ୍ଧି ରଖାଯାଇଛି। ଅର୍ଥ ନଥିବାରୁ ତା’ର ଚିକିତ୍ସା କରାଯାଇପାରୁନି।”

ରମାକାନ୍ତଙ୍କ ବାପା ଶ୍ରୀଧର ବେହେରା କହିଛନ୍ତି-“ଦଶରଥପୁର କଲେଜରେ ଯୁକ୍ତ ୨ ପଢ଼ୁଥିବା ବେଳେ ରୋଗ ବାହାରିଲା। ଡାକ୍ତରଙ୍କୁ ଦେଖାଇଲୁ। ମାତ୍ର ଭଲ ହେଲା ନାହିଁ।”

ଯେଉଁ ବୟସରେ ପରିବାରର ଦାୟିତ୍ୱ ନେବା କଥା, ସେହି ବୟସରେ ବାପାମା’ଙ୍କ ଉପରେ ନିର୍ଭରଶୀଳ ରମାକାନ୍ତ। ସବୁଠୁ ବଡ କଥା, ମାନସିକ ବିକୃତି ଥିବା ରମାକାନ୍ତଙ୍କୁ ଏ ପର୍ଯ୍ୟନ୍ତ ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳିନି।  ଚିକିତ୍ସା ବାବଦରେ ସହାୟତା ପାଇଁ ପ୍ରଶାସନ ପାଖକୁ ଦୌଡି ଦୌଡି ନିରାଶ ହେଲେଣି ପରିବାର ଲୋକେ। ତେବେ ରମାକାନ୍ତଙ୍କ ଅବସ୍ଥା ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରୁ ସହାୟତା ଯୋଗାଇ ଦେବା ସହ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି।

Man-chain-in-last-30-years-of-jajpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories