ସାଇକେଲରେ ବୁହାହେଲା ଶବ
ବୌଦ୍ଧ: ସାଇକେଲରେ ବୁହାହେଲା ଶବ। ଚାରିକାନ୍ଧ ନ ମିଳିବାରୁ ଶ୍ମଶାନକୁ ସାଇକେଲ୍ରେ ଗଲା ଶବ। ଶାଳୀର ମୃତଦେହକୁ ସାଇକେଲ୍ରେ ବୋହି ନେଲେ ଭିଣୋଇ। ବୌଦ୍ଧ ବ୍ଲକ୍ ବ୍ରାହ୍ମଣୀପାଲି ପଞ୍ଚାୟତ କୃଷ୍ଣପାଲୀ ଗାଁର ଘଟିଛି ଏମିତି ଘଟଣା।
ଖବର ମୁତାବକ, ଭିଣୋଇ ଚତୁର୍ଭୁଜ ବଙ୍କ ଦ୍ୱିତୀୟ ବିବାହ ସହ ଅନ୍ୟ ଜାତିରେ ବାହା ହୋଇଥିବାରୁ ସେ ଗାଁରୁ ବାସନ୍ଦ ହୋଇ ରହିଥିଲେ। ବାସନ୍ଦ କାରଣରୁ ମୃତଦେହ ନେବା ପାଇଁ କେହି ସହଯୋଗ କରିନଥିଲେ। ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଶାଳୀର ମୃତ୍ୟୁ ଘଟିଥିଲା।