ଫୋନ୍‌ରେ କଥା ହେବାରୁ ସ୍ତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ସ୍ୱାମୀ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଫୋନ୍‌ରେ ‌ ଦୀର୍ଘ ସମୟ କଥା ହେବାରୁ ସ୍ତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ସ୍ୱାମୀ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଚୂନରଗଡି ଗାଁରୁ ଏଭଳି ଅଭିଯୋଗ ଆସିଛି। ଶୁକ୍ରବାର ଦିନ ଏହି ଘଟଣା ଘଟିଛି। ଅଭିଯୁକ୍ତ ସ୍ୱାମୀ ନବକିଶୋର କବାଟଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଦୀର୍ଘ ସମୟ ଧରି ସ୍ତ୍ରୀ ରିଙ୍କି ମହାକୁଡ଼ ଫୋନ୍‌ରେ କଥା ହେଉଥିବା ଦେଖି ନବକିଶୋର ରାଗି ଯିବା ସହ ଫୋନ୍‌ରେ କଥା ହେବାକୁ ବାରଣ କରିଥିଲେ। ଏହାପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନବକିଶୋର ରିଙ୍କିଙ୍କୁ ମାଡ଼ ମାରିଥିଲେ। ଏହାପରେ ବିଳମ୍ବିତ ରାତିରେ ନବକିଶୋର ଘର ଭିତରେ ରିଙ୍କିଙ୍କୁ ବନ୍ଦ କରି ନିଆଁ ଲଗାଇ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି।

ଖବରପାଇ କଙ୍କଡ଼ାହାଡ଼ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ମୃତଦେହକୁ ଉଦ୍ଧାର କରିବା ସହ ନବକିଶୋରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

You might also like