ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ନୃଶଂସ ସ୍ୱାମୀ

କୋଣାର୍କ (ସଞ୍ଜୟ ପତି): ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀର ବର୍ବରକାଣ୍ଡ। ଧାରୁଆ ଅସ୍ତ୍ରରେ ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କଲା ନୃଶଂସ ସ୍ୱାମୀ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ରାଇବେରୁଆଁ ଗାଁରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଅଭିଯୁକ୍ତ ସ୍ୱାମୀର ନାଁ ଗଣେଶ ବେହେରା।

ସୂଚନା ଅନୁସାରେ, ଗଣେଶ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ କିଛିଦିନ ହେଲା ଗାଁକୁ ଆସିଥିଲେ। ତେବେ ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ସବୁବେଳେ ଘରେ ଗଣ୍ଡଗୋଳ ଲାଗି ରହୁଥିଲା। ଗତକାଲି ରାତି ପ୍ରାୟ ୧୧ଟା ବେଳେ  ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗଣେଶ ତାଙ୍କ ସ୍ତ୍ରୀଙ୍କୁ ଏକ କଟୁରିରେ ମୁଣ୍ଡ ଗଣ୍ଡି ଅଲଗା କରି କଟାମୁଣ୍ଡକୁ ଧରି ଅସ୍ତରଙ୍ଗ ଥାନାରେ ପହଞ୍ଚିଥିଲେ।
ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

You might also like