ଯୁବକଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଗୁରୁତର  

କନ୍ଧମାଳ : ଯୁବକଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଗୁରୁତର। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଅଞ୍ଚଳରେ  ଗତକାଲି ଏହି ଘଟଣା ଘଟିଥିଲା। ଅଭିଯୋଗ ଅନୁସାରେ ମିଞ୍ଜାପାଙ୍ଗା ଗାଁର ରେବତୀ ବଳିୟାରସିଂହ ସ୍ୱାମୀ ରିଫନଙ୍କ ସହ ମୋହନାରୁ ବସ୍ ଯୋଗେ ଫେରି ଝିଞ୍ଜିରିଗୁଡ଼ା ଛକରେ ଓହ୍ଲାଇଥିଲେ।

ଏହି ସମୟରେ କରଜ ଟଙ୍କାକୁ ନେଇ ୪ଜଣ ଯୁବକ ଅତର୍କିତ ଭାବେ ସଂଘବଦ୍ଧ ହୋଇ ରିଫନଙ୍କୁ ଅାକ୍ରମଣ କରିଥିଲେ। ଗର୍ଭବତୀ ରେବତୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଯୁବକମାନେ ତାଙ୍କୁ ଗୋଇଠା ମାରିଥିଲେ। ଅାକ୍ରମଣରେ ମହିଳା ଜଣକ ଗୁରୁତର ହେବାରୁ ସ୍ଥାନୀୟ ଲୋକେ ପ୍ରଥମେ ବ୍ରାହ୍ମଣୀ ଗାଁ ମେଡିକାଲ୍ ଓ ପରେ ବ୍ରହ୍ମପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ନେବାକୁ କହିଥିଲେ। ତେବେ ପରିବାର ଲୋକଙ୍କ ନିକଟରେ ଅାବଶ୍ୟକୀୟ ଅର୍ଥ ନଥିବାରୁ ରେବତୀଙ୍କୁ ନିଜ ଗାଁକୁ ଫେରାଇ ଅାଣିଛନ୍ତି। ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବ୍ରାହ୍ମଣୀଗାଁ ପୁଲିସ୍‌।

You might also like