ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ଗଜପତି: ଘରୋଇ କଳିକୁ ନେଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ। ମୋହନା ଥାନା କିଡାସିଂ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳାଙ୍କ ନାମ କ୍ଷୀର ରଣଷଣ୍ଢ।

ସୂଚନା ଅନୁସାରେ କୌଣସି କାରଣକୁ ନେଇ ଗତ କିଛି ଦିନ ଧରି ସ୍ୱାମୀ କୋରା ରଣଷଣ୍ଢ ଓ ସ୍ତ୍ରୀ କ୍ଷୀର ରଣଷଣ୍ଢଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଏହାକୁ ନେଇ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀକୁ ମାରିବା ପାଇଁ ଦୀର୍ଘ ଦିନ ଧରି ଯୋଜନା କରୁଥିଲା।

ଆଜି ସକାଳେ ସୁଯୋଗ ପାଇ କୋରା ଏକ ଟାଙ୍ଗିଆରେ ସ୍ତ୍ରୀକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ମହିଳା ଜଣକ ପ୍ରାଣ ହରାଇଥିଲେ। ସେପଟେ, ଅଭିଯୁକ୍ତ ସ୍ୱାମୀକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

 

You might also like