ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରଙ୍କ ମୃତ୍ୟୁ

ବୌଦ୍ଧ: ଜ୍ୱାଇଁର ଆକ୍ରମଣରେ ଶ୍ୱଶୁରଙ୍କ ମୃତ୍ୟୁ। ବୌଦ୍ଧ ଜିଲ୍ଲା ସଦରଥାନା ଅର୍ନ୍ତଗତ ସରସରା ଗାଁର ଟିକିରା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ଘୂର୍ଣ୍ଣିଝଡ଼ ‘ପେଥାଇ’ ଆସିବା ପୂର୍ବରୁ ବିଲରୁ ଧାନ ଉଠାଇବାକୁ ନେଇ ଶ୍ୱଶୁର ଏବଂ ଜ୍ୱାଇଁଙ୍କ ମଧ୍ୟରେ ଧାନ ବିଲରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଜ୍ୱାଇଁ ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଗାଁ ଲୋକେ ଜ୍ୱାଇଁଙ୍କୁ କାବୁ କରି ପୁଲିସ୍‌ ଜିମାରେ ଦେଇଥିଲେ।

 

You might also like