ଝିଅ ହତ୍ୟାର ପ୍ରତିଶୋଧ ନେଲା ବାପା !

ଗଞ୍ଜାମ  : ଝିଅ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ସମୁଦୁଣୀକୁ ହତ୍ୟା କଲେ ସମୁଦି। ଅଭିଯୋଗ ଆସିଛି ଗଞ୍ଜାମ ବୁଗୁଡ଼ା ଥାନା ଅନ୍ନପୂର୍ଣ୍ଣା ସାହିରୁ। ଯୌତୁକ ପାଇଁ ଝିଅକୁ ଗତବର୍ଷ ହତ୍ୟା କରାଯାଇଥିବା ବାପା ପଦ୍ମ ସାହୁ ଅଭିଯୋଗ କରିଥିଲେ।

ଏନେଇ ଥାନାରେ ମାମଲା ଥିବାବେଳେ ଝିଅର ଶାଶୁଘର ଲୋକେ ଜେଲ ବି ଯାଇଥିଲେ। ତେବେ ନିକଟରେ ଶାଶୁ କନକ ସାହୁ ଜେଲ୍‌ରୁ ମୁକୁଳିଥିଲେ। ଜେଲ୍‌ରୁ ଫେରିବା ପରେ ପ୍ରତିଶୋଧ ପରାୟଣ ହୋଇ ପଦ୍ମ ସାହୁ ନିଜ ସମୁଦୁଣୀ ତଥା ଝିଅର ଶାଶୂ କନକ ସାହୁଙ୍କୁ ଘରେ ପଶି ତଣ୍ଟିକାଟି ହତ୍ୟା କରିଥିଲେ।

ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

You might also like