• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବେଲପୁର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ଜଣେ ଯୁବକ ଅପମାନ ସହି ନ ପାରି ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁସାରେ ବେଲପୁର ଗାଁର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ଏ ନେଇ କଙ୍ଗାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଏହାର ବିଚାର କରାଯାଇ ଯୁବକଙ୍କୁ ଗାଁର କଙ୍ଗାରୁକୋର୍ଟରେ ୫୦ ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଥିଲା। ଏହି ଜରିମାନା ଆକାରରେ ପ୍ରଥମେ ୨୦ ହଜାର ଟଙ୍କା ଏବଂ ୩୦ ହଜାର ଟଙ୍କା ଦେବା ପାଇଁ କଙ୍ଗାରୁକୋର୍ଟରେ ନିଷ୍ପତି ନିଆଯାଇଥିଲା।

କିନ୍ତୁ ଯୁବକ ଜଣକ ଜରିମାନା ଦେଇ ପାରିବେ ନାହିଁ ବୋଲି କହି ସଭାରୁ ଉଠି ଚାଲି ଆସିଥିଲେ। ଏହି ଘଟଣା ପରେ ଯୁବକ ଜଣକ ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଅପମାନ ସହି ନ ପାରି ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Man-attempt-to-suicide
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories