ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ ଅଭିଯୋଗ

ଯାଜପୁର: ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ପନାସିଆ ପଦ୍ମପୁର ଅଞ୍ଚଳରେ ଏହି ଘଟଣା ଘଟିଛି।

ଗୁରୁତର ଆହତ ମହିଳାଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ନାଁ ରବିଶଙ୍କର।

ସୂଚନା ଅନୁସାରେ, ସ୍ତ୍ରୀର ମୋବାଇଲ ରେକର୍ଡିଂକୁ ଯାଞ୍ଚ କରିବା ପରେ ରବିଶଙ୍କର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏଭଳି କାଣ୍ଡ ଘଟାଇଛନ୍ତି।

ସ୍ୱାମୀର ମରଣାନ୍ତକ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା ମହିଳାଙ୍କୁ ସ୍ୱେଚ୍ଛାସେବୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

You might also like