• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଉଦଳା( ମାନସ ପାଣି) : ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜିଡିହା ଗ୍ରାମରେ। ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ୫ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଗାଁ ଲୋକେ।

ସୂଚନା ମୁତାବକ , ନିଜ ସମୁଦି ଘରକୁ ବୁଲିବାକୁ ଆସିଥିଲେ ବାରିପଦା ଅଂଚଳର ଗୁରୁଭା ସିଂ। ଜଣେ ସଂପର୍କୀୟଙ୍କୁ ବାରମ୍ବାର ଜ୍ୱର ହେଉଥିବାରୁ ସେ ନେଇ ଘରେ ପୂଜା କରିବାକୁ ଗୁରୁଭାଙ୍କୁ ତାଙ୍କ ସମୁଦି କହିଥିଲେ। ଏହା ଜାଣିପାରି ଗାଁ ଲୋକେ ଗୁଣିଆ ସନ୍ଦେହରେ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି।

ଖବର ପାଇ କପ୍ତିପଦା ପୁଲିସ୍ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରିଥିଲେ ଏବଂ କପ୍ତିପଦା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଉଦଳା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୁଲିସ୍ କୌଣସି ଗ୍ରାମବାସୀଙ୍କୁ ଗିରଫ କରିପାରି ନଥିବା ବେଳେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

Man-attack-for-black-magic-on-udala-mayurbhanj
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories