ଚା’ ଦେବାରେ ବିଳମ୍ବ ହେବାରୁ ଦୋକାନୀ ଉପରକୁ ଗରମ ତେଲ ଫିଙ୍ଗିଲେ

ନୟାଗଡ଼: ଚା’ ଦେବାରେ ବିଳମ୍ବ ହେବାରୁ ଜଣେ ବ୍ୟକ୍ତି ଦୋକାନୀ ଉପରକୁ ଗରମ ତେଲ ଫିଙ୍ଗିବା ନେଇ ଅଭିଯୋଗ ହୋଇଛି। ନୟାଗଡ ଜିଲ୍ଲା ନୂଆଗାଁ ବନ୍ଧ ଥାନାର ବକଳବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଅଭିଯୋଗ ଅନୁଯାୟୀ, ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ଦୋକାନକୁ ଯୁଗଳ ବରାଦ ନାମକ ଜଣେ ବ୍ୟକ୍ତି ଆଜି ସକାଳେ ଚା’ ପିଇବାକୁ ଯାଇଥିଲେ। କିନ୍ତୁ ଦୋକାନରେ ଭିଡ ଥିବାରୁ ଚା’ ଦେବାରେ ବିଳମ୍ବ ହୋଇଥିଲା। ଏଥିରେ ଯୁଗଳ ଉତ୍‌କ୍ଷିପ୍ତ ହୋଇ ଝଗଡା କରିବା ସହ କୃଷ୍ଣଙ୍କ ଉପରକୁ ଗରମ ତେଲ କଡେଇ ଫୋପାଡି ଦେଇଥିଲେ।

ଗୁରୁତର ଭାବେ ଆହତ ହୋଇଥିବା କୃଷ୍ଣଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କୃଷ୍ଣଙ୍କ ଶରୀରର ପ୍ରାୟ ୪୫ ପ୍ରତିଶତ ପୋଡି ଯାଇଛି।

ଅନ୍ୟପଟେ, ଏହି ଘଟଣାରେ ଅଭିଯୁକ୍ତ ଯୁଗଳଙ୍କୁ ପୁଲିସ୍‌ ଗିରଫ କରିଛି।

You might also like