କରୋନା ଲକ୍‌ ଡାଉନ୍‌; ନିୟମ ଭାଙ୍ଗି ଗିରଫ ହେଲେ ବ୍ୟବସାୟୀ

ଭଦ୍ରକ: ଗତକାଲି ଲାଗୁ ହୋଇଥିବା କର୍ଫ୍ୟୁକୁ ଲୋକେ ମାନି ଘରେ ରହିଥିଲେ ହେଁ, ଆଜି କଟକଣାକୁ କେହି ମାନୁ ନାହାନ୍ତି। ଏପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପରିସ୍ଥିତିକୁ ଦେଖି ଲକଡାଉନ୍‌କୁ ନେଇ କଟକଣା କଡାକଡି କରିବାକୁ ଘୋଷଣା କରାଯାଇଛି। କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରାଯାଇଥିଲା।

ଏପରି ପରିସ୍ଥିତିରେ ଭଦ୍ରକରେ କଟକଣା ଭାଙ୍ଗି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି।  ଭଦ୍ରକ ଟାଉନ ପୋଲିସ ଏହି  ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ବ୍ୟବସାୟୀ ଜଣକ ଗବସାହି ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବାରଣ ସତ୍ତ୍ୱେ ବ୍ୟବସାୟୀ ଜଣକ ଆଜି ତାଙ୍କ ସିମେଣ୍ଟ ଦୋକାନ ଖୋଲିଥିଲେ। ତେଣୁ ତାଙ୍କୁ ଟାଉନ୍ ପୋଲିସ ଗିରଫ କରିଥିବା ଜଣାଯାଇଛି।

You might also like