ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁରେ ବଟି ଆଦାୟ ଅଭିଯୋଗ

ବରଗଡ଼: ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁରେ ବଟି ଆଦାୟ କରୁଥିବା ଜଣେ ଦୁର୍ବୃତ୍ତକୁ ଗିରଫ୍ କରିଛି ପରଗଡ଼ ପୁଲିସ। ଏହି ଯୁବକ ଜଣକ  ଲୋକଙ୍କୁ ବ୍ଲାକମେଲିଂ କରିବା ସହ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିଲା।

ଗିରଫ ଯୁବକ ଜଣଙ୍କ ଦେବଗଡ଼ ଜିଲ୍ଲା ପ୍ରଭାସୁନୀ ଗ୍ରାମର ସୁଶାନ୍ତ କୁମାର ରଞ୍ଜିତ। ସେ ନିଜ ଫେସବୁକ ପେଜ୍‌ରେ ମନ୍ତ୍ରୀଙ୍କ ଫୋଟ ଲଗାଇ ବିଭିନ୍ନ ସରକାରୀ ଅଧିକାରୀଙ୍କ ଠାରୁ ବ୍ଲାକମେଲିଂ କରି ଅର୍ଥ ଆଦାୟ କରୁଥିଲା। କୌଶଳ କ୍ରମେ ପୁଲିସ୍‌ ଏହି ସୋଶାଲ୍‌ ମିଡିଆ ମାଫିଆକୁ ଗିରଫ କରିଛି। ଅଭିଯୁକ୍ତଠାରୁ ୩ଟି ମୋବାଇଲ, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଆଦି ଜବତ କରାଯାଇଛି।

You might also like