ଟେଷ୍ଟ ଡ୍ରାଇଭ୍ ପାଇଁ ଅନୁମତି ଦେବା ଗାଡ଼ି ମାଲିକଙ୍କୁ ମହଙ୍ଗା ପଡ଼ିଲା

ଭୁବନେଶ୍ୱର: ଅନଲାଇନ୍ ପ୍ଲାଟଫର୍ମ ଜରିଆରେ ଆପଣ ଯଦି ଦୁଇ ଚକିଆ କିମ୍ବା ୪ ଚକିଆ ଯାନ ବିକ୍ରି କରିବାକୁ ଚାହୁଁଛନ୍ତି। ତେବେ ସାବଧାନ କାହିଁକି ନା ଆପଣ ବି ଲୁଟ୍‌ର ଶିକାର ହୋଇପାରନ୍ତି। OLXରେ ଗାଡ଼ି ବିକ୍ରି ପାଇଁ ବିଜ୍ଞାପନ ଏବଂ ଟେଷ୍ଟ ଡ୍ରାଇଭ୍ ପାଇଁ ଅନୁମତି ଦେବା ଗାଡ଼ି ମାଲିକଙ୍କୁ ମହଙ୍ଗା ପଡ଼ିଛି। ଟେଷ୍ଟ ଡ୍ରାଇଭ୍ ବାହାନାରେ ଗାଡ଼ି ନେଇ ଛୁ ମାରୁଥିବା ଜଣେ ଅଭ୍ୟାସଗତ ଅପରାଧୀକୁ କମିଶନରେଟ୍ ପୋଲିସ ଧରିଛି।

ଅଭିଯୁକ୍ତ ହେଉଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନାରାୟଣ ମନ୍ଦିର ସାହିର ଅମିତ କୁମାର ପାତ୍ର। ଅଭିଯୁକ୍ତ ଅମିତ OLXରେ ଗାଡି ବିଜ୍ଞାପନ ଦେଖି ବାଇକ୍ କିଣିବାକୁ ଯୋଗାଯୋଗ କରୁଥିଲା। ପରେ ଗାଡି ବିକ୍ରେତାଙ୍କଠାରୁ ଟେଷ୍ଟ ଡ୍ରାଇଭ୍ ନାଁରେ ବାଇକ ଧରି ଫେରାର ହେଉଥିଲା। ତାଠାରୁ ୧୧ଟି ବାଇକ  ସ୍ପେଶାଲ ସ୍କ୍ୱାଡ୍ ଜବତ କରିଛି।

ଚୋରି ଗାଡ଼ିକୁ ଅନ୍ୟ ଲୋକମାନଙ୍କୁ କମ୍ ଟଙ୍କାରେ ଅଭିଯୁକ୍ତ ବିକୁଥିଲା। ଯେଉଁମାନେ ଅଭିଯୁକ୍ତଠାରୁ ଗାଡି କିଣୁଥିଲେ, ସେମାନଙ୍କୁ କାଗଜପତ୍ର ପରେ ଦେବ କହି ଟଙ୍କା ଆଣି ଛୁ ମାରୁଥିଲା। ଗତ ୧୨ ଓ ୧୩ ତାରିଖରେ ଭୁବନେଶ୍ୱରର ଦୁଇ ଜଣଙ୍କଠାରୁ ଟେଷ୍ଟ ଡ୍ରାଇଭ ନାଁରେ ଲୁଟ୍ କରିଥିଲା।

You might also like