• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଅନ୍ୟ ଦିନ ଅପେକ୍ଷା ଧନ୍‌ତେରସାରେ ସୁନା ଦୋକାନରେ ଲୋକଙ୍କ ଗହଳି ଟିକେ ଅଧିକ ଥାଏ। ଏହାର ଫାଇଦା ଉଠାଇଥାନ୍ତି କିଛି ଦୁର୍ବୃତ୍ତ । ଭିଡ଼ରେ ଗହଣା ଦୋକାନକୁ ପୂରା ପ୍ଲାନିଂ ସହ ଆସି ଚୋରି କରିଥାନ୍ତି। ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ସୁନା ଚୋରକୁ ଗିରଫ କରିଛି ପୁଲିସ।

ସୂଚନାଥାଉ କି, ଗତକାଲି ରାତିରେ ସମ୍ପୃକ୍ତ ବ୍ୟକ୍ତି ଜଣକ ରାଜଧାନୀର ଦୁଇଟି ଜଣାଶୁଣା ସୁନା ଦୋକାନରୁ ୨ଟି ସୁନା ମୁଦି ଚୋରି କରି ପୁଣି ଲାବଣ୍ୟ ଜୁଏଲର୍ସକୁ ଚୋରି କରିବାକୁ ଯୋଜନା କରିଥିଲେ। ହେଲେ ଲାବଣ୍ୟ ଜୁଏଲର୍ସରୁ ଚୋରି କରିବା ପୂର୍ବରୁ ଧରା ପଡ଼ିଯାଇଥିଲେ।

ହୁଏତ ଏଠୁ ବି ଖସି ଯାଇଥାନ୍ତେ, କିନ୍ତୁ ଚୋରକୁ ଧରିବା ପାଇଁ ପୂର୍ବରୁ  ପ୍ରସ୍ତୁତ ହୋଇଥିଲେ ଏହି ଜୁଏଲର୍ସର ମାଲିକ।  କାରଣ, ଏହି ବ୍ୟକ୍ତି ଜଣକ ଗତବର୍ଷ  ବି ଲାବଣ୍ୟ ଜୁଏଲର୍ସରୁ ଗୋଟିଏ ସୁନା ମୁଦି ଚୋରି କରି ସମସ୍ତଙ୍କୁ ଚକ୍‌ମା ଦେଖାଇ ପଳାଇଥିଲେ। ସିସିଟିଭିରେ ଏ ସମସ୍ତ ଦୃଶ୍ୟ କଏଦ ହୋଇଥିଲା। କାଳେ ପୁଣି ଥରେ ସେଇ ବ୍ୟକ୍ତି ଚୋରି କରିବାକୁ ଆସିବ, ଏହା ଭାବି ଲାବଣ୍ୟ ଜୁଏଲର୍ସ କର୍ମକର୍ତ୍ତା ସତର୍କ ଥିଲେ।

ସେମାନଙ୍କ ଅନୁମାନ ସତ ହେଲା। ସଂପୃକ୍ତ ବ୍ୟକ୍ତିଜଣକ ୨ଟି ନକଲି ସୁନା ଚେନ ନେଇ ଗତକାଲି ଲାବ୍ୟଣ୍ୟ ଜୁଏଲର୍ସକୁ ଆସିଥିଲେ। ତାଙ୍କର ହାବଭାବରୁ ଜୁଏଲର୍ସ କର୍ମକର୍ତ୍ତା ସନ୍ଦେହ କରି ତାଙ୍କୁ ଅଟକ ରଖି ପଚରା଼ଉଚରା କରିବା ପରେ ତାଙ୍କ ପକେଟରୁ ବିଲ ନ ଥିବା ୨ଟି ସୁନା ମୁଦି ବାହାରିଥିଲା। ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ଏଭଳି କରିଥିବା ସମ୍ପୃକ୍ତ ବ୍ୟକ୍ତି ଜଣକ କହିଛନ୍ତି।

ଖାରବେଳନଗର ପୋଲିସ ତାଙ୍କୁ ଗିରଫ କରିଛି।

Man-arrested-for-jewellery-robbery-case-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories