ମାସକର ଶିଶୁ ପୁତ୍ରକୁ ହତ୍ୟା ଅଭିଯୋଗରେ ବାପା ଗିରଫ

ଭଦ୍ରକ : ମାସକର ଶିଶୁ ପୁତ୍ରକୁ ହତ୍ୟା ଅଭିଯୋଗରେ ବାପା ଗିରଫ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆର ନିଉ କଲୋନୀ ଆଦିବାସୀ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା ।

ଗତ ୩୦ ତାରିଖରେ ଘଟିଥିବା ଏ ହତ୍ୟା ଘଟଣା ଏବେ ପଦାକୁ ଆସିଛି। ନିଶାସକ୍ତ ବାପା, ପୁଅକୁ ହତ୍ୟା କରିବା ପରେ  ମୃତଦେହକୁ ପୋତି ଦେଇଥିଲା। ଏ ନେଇ ମାଆର ଅଭିଯୋଗ ପରେ ମାମଲାର ଖୋଳତାଡ଼ କରିଥିଲା ପୁଲିସ। ଅଭିଯୁକ୍ତ ବାପା ଗିରଫ ହେବା ପରେ ଆଜି ମୃତଦେହ ପୋତାଯାଇଥିବା ସ୍ଥାନ ଖୋଳାଯିବ ବୋଲି ସୂଚନା ମିଳିଛି ।

You might also like