ଅନୈତିକ ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ଘର ମାଲିକକୁ ହତ୍ୟା
କଟକ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘର ମାଲିକଙ୍କୁ ହତ୍ୟା। ଅଭିଯୋଗ ଆସିଛି କଟକ ଜିଲ୍ଲା ଚୌଦ୍ୱାର କପାଳେଶ୍ୱର ନୂଆସାହିରୁ। ମୃତକ ଜଣକ ହେଲେ ଅମଳା ନାୟକ। ଘଟଣାରେ ଆଠଗଡ଼ ବଡମ୍ବା ଅଞ୍ଚଳର ବାବାଜୀ ମହାରଣାଙ୍କୁ ଗିରଫ କରିଛି ପୁଲିସ।
ଅଭିଯୋଗ ଅନୁସାରେ, କପାଳେଶ୍ୱର ନୂଅାସାହିରେ ବାବାଜୀ ମହାରଣା ଏକ ଭଡ଼ା ଘରେ ରହୁଥିଲେ। ସେଠାରେ ଅନ୍ୟଜଣେ ଭଡ଼ାଟିଆ ମହିଳାଙ୍କ ସହ ବାବାଜୀଙ୍କର ଅନୈତିକ ସମ୍ପର୍କର ରହିଥିଲା। ଏହାକୁ ଘର ମାଲିକ ଅମଳା ନାୟକ ବିରୋଧ କରିବାରୁ ତାଙ୍କୁ ବାବାଜୀ ଧାରୁଅା ଅସ୍ତ୍ରରେ ଅାକ୍ରମଣ କରିଥିଲେ। ଏଥିରେ ଅମଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଅାହତ ହୋଇଛନ୍ତି।
ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାବାଜୀଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।