• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର୍ ଥାନା ଅନ୍ତର୍ଗତ ମହୁଲଡିହା ମାରାଣ୍ଡି ସାହିରେ ଶନିବାର ରାତିରେ ଏକ ମହୁଲ ଗଛ ପାଇଁ ସାନଭାଇ ବଡ଼ ଭାଇକୁ ପିଟି ପିଟି ମାରି ଦେଇଛି। ଏହାକୁ ବିରୋଧ କରିବାକୁ ଯାଇ ଭାଉଜ ଓ ୧୦ ବର୍ଷର ପୁତୁରା ମଧ୍ୟ  ଗୁରୁତର ହୋଇଛନ୍ତି।

ପାରିବାରିକ ଝଗଡ଼ାର ପରିଣତି କେତେ କରୁଣ ହୋଇପାରେ ତାହା ଦେଖିବାକୁ ମିଳିଛି ମାରାଣ୍ଡି ସାହିରେ। ବଡ଼ ଭାଇ ଜିତେନ ହୋ ଘର ନିକଟରେ ଥିବା ଏକ ମହୁଲ ଗଛ ନେବାକୁ ଜିଦ୍ କରିଥିଲା। ହେଲେ ସାନଭାଇ ସମରା ହୋ ଏଥିରେ ରାଜି ହୋଇ ନ ଥିଲା। ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ସାନଭାଇ ସମରା ଏକ କାଠଖଣ୍ଡରେ ବଡଭାଇ ଜିତେନ ହୋକୁ ଆକ୍ରମଣ କରିଥିଲା। ଫଳରେ ଜିତେନର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାକୁ ବିରୋଧ କରିବାକୁ ଯାଇ  ଭାଉଜ ଗେଜିରୀ ହୋ ଓ ଦଶ ବର୍ଷର ପୁତୁରା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l

ଆନଦପୁର୍ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ଦୁଇ ଜଣଙ୍କୁ ଅଟକ ରଖି ପଚରାଉ଼ଚୁରା କରୁଛି। ମୁଖ୍ୟ ଅଭିଯୁକ୍ତ ସମରା ଏବେବି ଫେରାର୍ ଅଛି  l

 

Man-allegedly-killed-his-elder-brother
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories